ହାତୀ ଆକ୍ରମଣରେ ଯୁବକ ଗୁରୁତର
27/12/2020 at 8:23 AM

ଚୌଦ୍ବାର ୨୭।୧୨: ହାତୀ ଆକ୍ରମଣରେ ଯୁବକ ଗୁରୁତର । କଟକ ଜିଲ୍ଲା ଚୌଦ୍ବାର ଥାନା ଡାଳି ଯୋଡ଼ା ରେଞ୍ଜ ଅନ୍ତର୍ଗତ ମଂହିଷାଲଣ୍ଡା ଗାଁରେ ଯୁବକଙ୍କୁ ହାତୀ ଆକ୍ରମଣ କରିଛି । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କ ନାଁ ଓମ୍ ପ୍ରକାଶ ସାମଲ । ବନ ବିଭାଗ କର୍ମଚାରୀମାନେ ନିଜ ଗାଡ଼ିରେ ଗୁରୁତରଙ୍କୁ ନେଇ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଇଛନ୍ତି । ତେବେ ଯୁବକଙ୍କ ଅବସ୍ଥା ଠିକ୍ ଅଛି ବୋଲି ବନ କର୍ମଚାରୀ ମାଣିକ ମୁଣ୍ଡା କହିଛନ୍ତି ।