ହାତୀ ଆକ୍ରମଣରେ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
27/12/2020 at 10:45 AM

ଆଠଗଡ ୨୭।୧୨: ଥମୁନି ହାତୀ ଉପଦ୍ରବ । ଗତ କିଛିଦିନ ମଧ୍ୟରେ ଖୁଣ୍ଟୁଣୀ ବନାଞ୍ଚଳରେ ହାତୀମାନଙ୍କ ଉପଦ୍ରବ ବଢିଯାଇଛି । ଶନିବାର ବିଳମ୍ବିତ ରାତିରେ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ୍ ଅନ୍ତର୍ଗତ ଓରୋନ୍ଦା ଗ୍ରାମରେ ହାତୀ ଆକ୍ରମଣରେ ସୁଦାମ ବେହେରା ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଢ଼ାବାରୁ କାମ ସାରି ଫେରୁଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ସୁଦାମ ବେହେରା । ବନବିଭଗ ପକ୍ଷରୁ ହାତୀ ଟ୍ରାକରଠାରୁ ଆରମ୍ଭ କରି ଗଜବନ୍ଧୁ ନିୟୋଜିତ ହୋଇଛନ୍ତି । ମାତ୍ର ହାତୀ ଥିବା ନେଇ ଖବର ଦେଲେ ମଧ୍ୟ ବନବିଭାଗ ଠିକ୍ ସମୟରେ ପହଞ୍ଚୁନାହାନ୍ତି କି ହାତୀ ଟ୍ରାକରମଧ୍ୟ ପହଞ୍ଚୁନାହାନ୍ତି । ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ଅନ୍ୟ କାମରେ ଲଗାଉ ଥିବା ଅଭିଯୋଗ ହେଉଛି ।
Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021