୧୧ କେଭି ତାର ଲାଗି ଯୁବକ ଗୁରୁତର : ବୁର୍ଲା ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | March 07, 2020 IST

ବଲାଙ୍ଗୀର ୭/୩: ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ। ଏଭଳି ନୀତିରେ ଏବେ ବଲାଙ୍ଗୀର ବିଦ୍ୟୁତ ବିଭାଗ। ଶାନ୍ତିପଡା ବେହେରା ଚାମ୍ବରରେ ରହୁଥିବା ସୋମ୍ୟରଞ୍ଜନ ଭୋଇ ନାମକ ଯୁବକ ତାଙ୍କ ଚାମ୍ବର ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି।

{"id":234506,"sizeSlug":"large"}

 ସରକାରୀ ଆଇଟି ଆଇରେ ପାଠ ପଢୁଥିବାବେଳେ ସୋମ୍ୟ ଶାନ୍ତିପଡାଠାରେ ଥିବା ବେହେରା ଚେମ୍ବରରେ ରହୁଥିଲେ। ଆଜି ସକାଳୁ କିଛି କାମପାଇଁ ଛାତ ଉପରକୁ ଯାଇଥିବା ବେଳେ ମୁଣ୍ଡ ଉପରେ ଝୁଲୁଥିବା ମରଣ ଯନ୍ତା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ଭାବରେ ପୋଡି ଯାଥିଲା। ଏନେଇ ବଲାଙ୍ଗୀର ଅଗ୍ନିଶମ ବିଭାଗ ଦ୍ବାରା ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପ୍ରଥମେ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲ୍ଲା ବଡ ମେଡିକାଲକୁ ପଠାଇଦିଆଯାଇଛି।

{"id":234507,"sizeSlug":"large"}

ତେବେ ଦୀର୍ଘ ଦିନ ଧରି ସେଠାରେ ଛାତ୍ର ମାନେ ରହିଆସୁଥିବା ବେଳେ ଛାତ ଉପରେ ୧୧ କେଭି ତାର ଯାଇଥିବାରୁ ତାହା ଉପରେ ନା ଘର ମାଲିକ ନା ବିଦ୍ୟୁତ ବିଭାଗ କାହାର ନଜର ନ ଥିଲା। ଯାହା ପାଇଁ ଆଜି ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି ସୋମ୍ୟଙ୍କ ସାଙ୍ଗମାନେ। ତେବେ ଏହାକୁ ନେଇ ବିଦ୍ୟୁତ ବିଭାଗ ଓ ଘର ମାଲିକଙ୍କୁ ଦାୟୀ କରିଛନ୍ତି ଲୋକ। ଖାଲି ସେ ଚାମ୍ବର ନୁହେଁ ତା ପାଖରେ ଆହୁରି ଗୁଡାଏ ଚାମ୍ବର ରହିଛି ଯାହା ଛାତ ଉପରୁ ଏଭଳି ମରଣଯନ୍ତା ତାର ଝୁଲୁଥିବା ବେଳେ ତାହାକୁ ମଧ୍ୟ ଅଣଦେଖା କରିଛି ବିଦ୍ୟୁତ ବିଭାଗ।

{"id":234508,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.