ନାଳରେ ଗାଧୋଇବା ବେଳେ କୁମ୍ଭୀର କାମୁଡାରେ ଯୁବକ ଗୁରୁତର

Published By : Prameya-News7 Bureau | May 18, 2019 IST

ଆଠମଲ୍ଲିକ ୧୮|୫: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଶୋରନଗର ଥାନା ରାଣିଆ କଟା ଗ୍ରାମରେ ଜଣେ ଯୁବକ କୁମ୍ଭୀର କାମୁଡାରେ ଗୁରୁତର ହୋଇଛନ୍ତି । ନାଳକୁ ଗାଧୋଇବାକୁ ଯାଇଥିବା ସମୟରେ ରାଣିଆ କଟା ଗ୍ରାମର କନିଷ୍କ ଭୋଇଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା । ଫଳରେ କନିଷ୍କ ଗୁରୁତର ହୋଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲକୁ ନିଆଯାଇଥିଲା । ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କୁମ୍ଭୀରଟିକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବନ ବିଭାଗକୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.