ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Published By : Prameya-News7 Bureau | October 01, 2020 IST

ନୀଳଗିରି ।୧୦:  ନୀଳଗିରି ଥାନା ଅଧିନ ମିତ୍ରପୁର ଅଂଚଳରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମିତ୍ରପୁର ନିକଟ  ତୈଳାସାହି ଗ୍ରାମର ଶ୍ୟାମସୁନ୍ଦର ସିଂ (୫୦) ବୁଧବାର ରାତ୍ର ୮ ଟା ସମୟରେ ପାଖ ବିଲକୁ ଶୌଚ ହେବାପାଇଁ ଯାଇଥିଲେ। ଏହି ସମୟରେ ଏକ ମାଈ ଭାଲୁ ତାର ୨ଟି ଛୁଆ ସହ ସେହି ରାସ୍ତାଦେଇ ଯାଉଥିଲା। ମାଈ ଭାଲୁଟି ଅଧିକ ହିଂସ୍ର ହୋଇଉଠି ଯୁବକ ଜଣଙ୍କୁ ଆକ୍ରମଣ କରିଥିଲା। ଜୀବନ ବିକଳରେ ସେ ଡାକ ପକାଇବାରୁ ସ୍ଥାନୀୟ ଲୋକେ ଦୌଡ଼ି ଯିବାରୁ ଭାଲୁଟି ଛାଡି ପଳାଇଯାଇଥିଲା। ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦରକୁ ବାଲେଶ୍ଵର ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ବେକରେ ଗଭୀର କ୍ଷତ ଲାଗିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଭାଲୁ ଗୁଡି଼କ ଖାଦ୍ୟ ପାଇଁ ପାଖ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଖସି ଆସି ଜନବସତି ମୁହାଁ ହେଉଥିବାରୁ ରାସ୍ତାରେ ଯିଏ ପଡିଥାଏ ତାକୁ ଆତର୍କିତ ଆକ୍ରମଣ କରିଥାନ୍ତି। ସଂରକ୍ଷିତ ଜଙ୍ଗଲରୁ ଖସି ଆସି ଜନବସତି ମୁହାଁ ହେଉଥିବାରୁ ରାସ୍ତାରେ ଯିଏ ପଡିଥାଏ ତାକୁ ଆତର୍କିତ ଆକ୍ରମଣ କାରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.