Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଲୁ ଆକ୍ରମଣରେ ଯୁବକ ଗୁରୁତର, କୁକୁର ବଞ୍ଚାଇଲା ଜୀବନ

5/08/2020 at 12:52 PM

ନୀଳଗିରି ୫।୮: ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଚତୁରୀଖୁଣ୍ଟା ଗ୍ରାମର ଛବି ସିଂ । ତାଙ୍କ ବୟସ ୩୬ ବର୍ଷ । ସେ ଡେଙ୍ଗାସାହି ଗାଁ ଶ୍ବଶୁର ଘରକୁ ଯାଇଥିଲେ । ତେବେ ଆଜି ସକାଳେ ଶୌଚ ହେବା ପାଇଁ ଯାଇଥିବାବେଳେ ଏକ ଭାଲୁ ଆତର୍କିତ ଆକ୍ରମଣ କରିଥିଲା ।

ଜୀବନ ବଞ୍ଚାଇବାକୁ ଯାଇ ସେ ଭାଲୁ ସହ ୧୦ ମିନିଟ୍ ଲଢେଇ କରିଥିଲେ । ତିନି ଚାରୋଟି କୁକୁର ଦୌଡ଼ି ଆସି ଭୁକିବାରୁ ଭାଲୁଟି ଛାଡି ପଳାଇ ଯାଇଥିଲା । ତାଙ୍କର ଦୁଇ ହାତ ଓ ଜଙ୍ଘରେ ଗଭୀର କ୍ଷତ ଲାଗିଥିବା ଜଣାପଡିଛି । ଗୁରୁତର ଭାବେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

   Related Posts