ଗାଈ ଚରାଇବା ବେଳେ ଆକ୍ରମଣ କଲା ଭାଲୁ, ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 25, 2020 IST

ବଲାଙ୍ଗୀର ୨୫।୮: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ବଲାଂଗୀର ସଦର ବ୍ଲକ ଚନ୍ଦନଭାଟି ପଞ୍ଚାୟତର ସାଲେପାଲି ଜଙ୍ଗଲରେ ଗାଈ ଚାରାଇବାକୁ ଯାଇଥିବା ସମୟରେ ଯୁବକଙ୍କୁ ଭାଲୁ ଆକ୍ରମଣ କରିଛି । ଗୁରୁତର ଯୁବକ ଜଣଙ୍କ ହେଲେ ଚନ୍ଦନଭାଟି ଗାଁର ୨୨ ବର୍ଷ ବୟସ୍କ ଯୁବକ ରବୀନ୍ଦ୍ର ପ୍ରଧାନ।

ମଙ୍ଗଳବାର ଦିନ ୧୧ଟା ସମୟରେ ଗାଈ ନେଇ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁଟି ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ପରିବାର ଲୋକେ । ତେବେ ଭାଲୁ ରବୀନ୍ଦ୍ରଙ୍କ ମୁହଁ ସହ ଛାତି, ହାତ, ଗୋଡରେ ଗୁରୁତର ଭାବରେ ଆକ୍ରମଣ କରିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିବା ସହ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଚିକିତ୍ସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.