Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବୁଦା ଭିତରେ ଲୁଚିଥିବା ୨ଟି ଭାଲୁ କଲେ ଅତର୍କିତ ଆକ୍ରମଣ, ଯୁବକ ଗୁରୁତର

17/09/2019 at 1:24 PM

ଆନନ୍ଦପୁର ୧୭|୯: ଆନନ୍ଦପୁର ସାମନ୍ତ ମହୁଲଡିହା ଥାନା ଭାଲିଆଡାହି ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ଆହତ ଯୁବକ ସଦନସିଂ ଜାମଦା ଆଜି ସକାଳେ ସୌଚ ହେବାକୁ ଗାଁ ନିକଟ ପଡିଆକୁ ଯାଇଥିଲେ  । ସୌଚ ହୋଇ ଫେରିବା ବାଟରେ ଏକ ବୁଦା ନିକଟରେ ଲୁଚିରହିଥିବା ୨ଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

  ଭାଲୁଙ୍କ ସହ ଧସ୍ତାଧସ୍ତି  ଚିଲିଥିବା ଦେଖି ସ୍ଥାନୀୟ ଲୋକେ ପହଁଞ୍ଚି ଭାଲୁଙ୍କୁ  ଘଉଡାଇ  ସଦନସିଂଙ୍କୁ  ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଭାଲୁ ଆକ୍ରମଣ ଯୋଗୁଁ ତାଙ୍କର ମୁହଁ,  ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପରେ ସ୍ବାସ୍ଥ୍ୟ ଆବସ୍ଥା  ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଉଛି ।

   Related Posts