ହୋମ୍‌ଗାର୍ଡଙ୍କ ଆକ୍ରମଣରେ ଯୁବକ ଆହତ, ଥାନାରେ ଏତଲା

Published By : Prameya-News7 Bureau | October 28, 2020 IST

ସୋର ୨୮।୧୦: କାର୍ଯ୍ୟରତ ହୋମଗାର୍ଡଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ବାଲେଶ୍ବର ଜିଲ୍ଲା ପୁରସ୍ତମପୁର ଗାଁର କମଳାକାନ୍ତ ବେହେରାଙ୍କ ପୁଅ ଦୀନବନ୍ଧୁ ରାତିରେ ବାସୁଳୀ ମନ୍ଦିରରୁ ଫେରୁଥିବା ବେଳେ ହୋମଗାର୍ଡ ଜଗବନ୍ଧୁ ବାରିକ ତାଙ୍କୁ ଅଟକାଇ ବିଳମ୍ବିତ ରାତି ଯାଏଁ ବୁଲୁଥିବାର କାରଣ ପଚାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ହୋମଗାର୍ଡ ଜଗବନ୍ଧୁ ବାରିକ ତାଙ୍କୁ ଏକ କଂକ୍ରିଟ ପଥରରେ ଆକ୍ରମଣ କରିଥିଲେ । ଦୀନବନ୍ଧୁଙ୍କ ମୁଣ୍ଡ, ଆଖିପତା, ଗାଲ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ।

{"id":352114,"sizeSlug":"large"}

ଦୀନବନ୍ଧୁଙ୍କ ଦାଦା ରାଜେନ୍ଦ୍ର ମଧ୍ୟ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ । ମାତ୍ର ହୋମଗାର୍ଡ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ଦୀନବନ୍ଧୁ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.