ସାଇକେଲରେ ଯାଉଥିବା ବେଳେ ଲାଗିଗଲା ଗୁଡି ମାଞ୍ଜା ସୂତା, କଟିଗଲା ଯୁବକଙ୍କ ବେକ

Published By : Prameya-News7 Bureau | January 19, 2020 IST

ଭୁବନେଶ୍ବର ୧୯।୧: ଗୁଡିର ମାଞ୍ଜା ସୂତାରେ ଯୁବକଙ୍କ ବେକ କଟିଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ ଖଣ୍ଡଗିରି ଅଞ୍ଚଳର ଭାଗି । ସୂଚନାଯୋଗ୍ୟ ଯେ, ଯୁବକ ଜଣଙ୍କ ସାଇକେଲରେ ଯାଉଥିବା ବେଳେ ତାଙ୍କ ବେକରେ ମାଞ୍ଜା ସୂତା ଗୁଡାଇ ହୋଇଯାଇଥିଲା । ଫଳରେ ତାଙ୍କ ବେକ କଟିଯାଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ୍କାଲରେ ଭର୍ତ୍ତି କରାଯାଇଛି ।

ସେହିଭଳି ଏକ ଗଛରେ ମାଞ୍ଜା ସୂତାରେ ଛନ୍ଦି ହୋଇଥିବା ଏକ ଚିଲ ପଷୀକୁ ଉଦ୍ଧାର କରିଛନ୍ତି ସ୍ପିକ୍ ଫର୍ ଏନିମଲର ସ୍ବେଚ୍ଛାସେବୀ । କେଶରପୁର ଅଂଚଳରୁ ଏହି ପଷୀକୁ ଉଦ୍ଧାର କରାଯାଇଛି । ସନ୍ଧ୍ୟାରେ ପକ୍ଷୀଟି ନଡିଆ ଗଛରେ ଛନ୍ଦି ହୋଇଥିବା ବେଳେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ଅଧିକାରୀ ବିଫଳ ହେବା ପରେ ସ୍ପିକ୍ ଫର୍ ଏନିମଲର ସ୍ବେଚ୍ଛାସେବୀଙ୍କୁ ଡାକିଥିଲେ ସ୍ଥାନୀୟ ଲୋକେ । ପ୍ରାୟ ଏକ ଘଣ୍ଟା ଧରି ଚେଷ୍ଟା କରିବା ପରେ ପଷୀଟିକୁ ଉଦ୍ଧାର କରାଯାଇଥିଲା । ଗତ କିଛି ଦିନ ହେବ ଗୁଡିର ମାଞ୍ଜାରେ ଗୁଡାଇ ହୋଇ ଅନେକ ପଷୀ ଗୁରୁତର ହେଉଥିବା ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.