କଳାହାଣ୍ଡି ନିୟମଗିରି ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ ; ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର

Published By : Prameya-News7 Bureau | October 22, 2018 IST

କଳାହାଣ୍ଡି ୨୨|୧୦: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ନିୟମଗିରି ପାହାଡ ବେଲାଙ୍ଗବଣ୍ଡେଲ ଗାଁରେ ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ସ୍ବରାଜ ଗୌଡ । ତାଙ୍କୁ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲ। ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକଙ୍କ ଅନୁସାରେ ସ୍ବରାଜ୍ୟ ଶୌଚ ପାଇଁ ରାତିରେ ବାହାରକୁ ବାହରି ଥିବା ବେଳେ ଗୁଳିମାଡ ହୋଇଥିଲା । ସ୍ବରାଜ୍ୟଙ୍କ ପେଟ ଓ ଛାତିରେ ଗୁଳି ବାଜିଥିବା ସୂଚନା । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିୟମଗିରି ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ପୋଲିସର କୁମ୍ବିଂ ତଥା ମାଓବାଦୀଙ୍କ ଦ୍ବାରା ଗୁଳିମାଡ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ବିଜେପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.