ଷଣ୍ଢ ଆକ୍ରମଣରେ ଯୁବକ ଆହତ

Published By : Prameya-News7 Bureau | March 13, 2019 IST

ଭଦ୍ରକ ୧୩|୩ : ଷଣ୍ଢ ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି । ଭଦ୍ରକ ପାଞ୍ଚପଡା ଠାରେ ଘଟିଛି ଦୁର୍ଘଟଣା । ଆହତ ଯୁବକ ହେଲେ ଅରବିନ୍ଦ ନାୟକ । ସେ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାରେ ବାଇକ୍ ଯୋଗେ ଯାଉଥିବା ବେଳେ ରାସ୍ତା ଠିଆ ହୋଇଥିବା ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା । ପରେ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.