Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

16/08/2020 at 3:14 PM

ସୋର ୧୬।୮: ବାଲେଶ୍ଵର ଜିଲ୍ଲା ସୋର ଥାନା ଖରାସାହାପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି କିଛି ଯୁବକ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଖରାସାହାପୁର ଶଙ୍କରପଦା ଗ୍ରାମର ଶ୍ରୀକାନ୍ତ ମହାଳିକଙ୍କ ପୁଅ ମୁକ୍ତିକାନ୍ତ ମହାଳିକ ବିଲକୁ କାମ କରିବାକୁ ଯାଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ସାର ଗାଁ ଅଞ୍ଚଳର କିଛି ଯୁବକ ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇଥିଲେ ।

ଗ୍ରାମବାସୀ ମୁକ୍ତିକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଜଣକୁ କାବୁ କରି ଗ୍ରାମବାସୀ ଅନନ୍ତପୁର ଫାଣ୍ଡିର ଜିମା ଦେଇଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts