ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢିଗଲେ ଉନ୍ମତ ଯୁବକ, ସିଂହଦ୍ବାର ଥାନାରେ ଅଟକ

Published By : Prameya-News7 Bureau | April 20, 2019 IST

ପୁରୀ ୨୦|୪: ଶ୍ରୀମନ୍ଦିରରେ ସବୁ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ନୀଳଚକ୍ର ଉପରେ ଜଣେ ଯୁବକ ଚଢ଼ିଯାଇଥିଲା । ଓହ୍ଲାଇବା ପରେ ଉକ୍ତ ଯୁବକକୁ ଶ୍ରୀମନ୍ଦିର ସିଂହଦ୍ବାର ଥାନା ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ଯୁବକ ଜଣଙ୍କ ଭଦ୍ରକର ହାତିଆ ମହନ୍ତ ବୋଲି ପରିଚୟ ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ନୀଳଚକ୍ର ଉପରେ ଯୁବକ ଚଢ଼ିଯାଇଥିବା ଦେଖି ତାଗିଦ୍ କରିବା ପରେ ସେବାୟତମାନେ ତାକୁ ଧରି ପୋଲିସର ଜିମା ଦେଇଥିଲେ । କେଉଁ ଉଦ୍ଦେଶ୍ୟରେ ଓ କିଭଳି ସେ ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ଚଢ଼ିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ନିକଟରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ରାମ ମନ୍ଦିର ଓ ସୁଆର ମହାସୁଆର ନିଯୋଗ କାର୍ଯ୍ୟାଳୟରୁ ଚୋରୀ ହୋଇଥିଲା । ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ବେ ଯୁବକ ଜଣକ ନୀଳଚକ୍ର ଉପରେ ଚଢ଼ିବା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.