ଅପ୍ରାକୃତିକ ଯୌନ ସଂପର୍କ ପାଇଁ ମନା କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

Published By : Prameya-News7 Bureau | December 17, 2019 IST

ସୋର ୧୭।୧: ବିକୃତ ମାନସିକତା ବଢୁଛି। ସମସ୍ତ ସୀମା ସହରଦ ପାରକରି ନାରକୀୟ କାଣ୍ଡ ଘଟୁଛି। ଆଜିକାଲି ଦେଶରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ସେଭଳି କୁତ୍ସିତ ମାନସିକତାରେ ଯୁବକମାନେ ମଧ୍ୟ ହେଲେଣି ଶିକାର । ଯୁବକଙ୍କ ସହ ଆପ୍ରାକୃତି ଉପାୟରେ ସଂପର୍କ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

{"id":198739,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖନ୍ତାପଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ଯୁବକ ନିଶାଶକ୍ତ ଅବସ୍ଥାର ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ମାତ୍ର ଏଥିରେ ସେ ବିଫଳ ହେବାରୁ ପୀଡିତ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ସଂପୃକ୍ତ ଯୁବକ ।

{"id":198740,"sizeSlug":"large"}

ଯୁବକ ଜଣଙ୍କ ବିଲକୁ ଗାଈ ଆଣିବାକୁ ଯାଇଥିବା ବେଳେ ସେହି ଅଞ୍ଚଳର ଯୁବକ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଯୁବକ ଜଣଙ୍କ ଏହାକୁ ବିରୋଧ କରିଥିଲେ । ଫଳରେ ସଂପୃକ୍ତ ଯୁବକଙ୍କ ଆକ୍ରମଣର ଶୀକାର ହୋଇଥିଲେ ।

{"id":198741,"sizeSlug":"large"}

କୌଶଳ କ୍ରମେ ଯୁବକ ଜଣଙ୍କ ଖସିଆସି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ପରିବାରଲୋକ ସବୁ କଥା ଶୁଣିବା ପରେ ପୀଡିତ ଯୁବକଙ୍କୁ ନେଇ ଥାନାକୁ ଯାଇଥିଲେ । ଥାନାରେ ଅଭିଯୋଗ ପରେ ଯୁବକଙ୍କ ଅଟକ ରଖିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.