ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ : ଦୁଷ୍କର୍ମ ବେଳର ଫଟୋ ଓ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇ ଯୁବକ ଅଟକ

Published By : Prameya-News7 Bureau | August 09, 2019 IST

ଭଣ୍ଡାରିପୋଖରୀ ୯|୮: ପ୍ରେମିକାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପ୍ରେମିକଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପ୍ରେମିକାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିବା ପରେ ମୋବାଇଲରେ ଭିଡିଓ କରି ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପ୍ରେମିକକୁ ଭଦ୍ରକ ଜିଲ୍ଲା ଧୁଷୁରି ଥାନାରେ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ମାନଙ୍କ ସମ୍ପୃକ୍ତି ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

{"id":142533}

ସୂଚନଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜନୈକ ଯୁବତୀ ନିଜ ପିଉସୀଙ୍କ ଘର ଧୁଷୁରି ଥାନା ସାହାସପୁର ଗାଁକୁ ଆସନ୍ତି । ସେଠାରେ ଅଭିଯୁକ୍ତ ସହ ଯୁବତୀଙ୍କର ପ୍ରେମ ସମ୍ପର୍କ ହୋଇଥିଲା । ଉଭୟ ଏକାଠି ହୋଇ ବୁଲାବୁଲି କରିବାକୁ ଯିବାବେଳେ ଯୁବକ ଜଣକ ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିବା ସହ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ବ୍ଲାକମେଲିଂ କରିଥିବା ଅଭିଯୋଗ ହୋଇଛି ।  ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.