ବ୍ୟାଙ୍କରୁ ଦେଢକୋଟି ଟଙ୍କା ଠକେଇ ଅଭିଯୋଗରେ ଯୁବକ ଅଟକ

Published By : Prameya-News7 Bureau | December 15, 2018 IST

ବାଲେଶ୍ବର ୧୫|୧୨:  ବାଲେଶ୍ବର ଥାନା ଅନ୍ତର୍ଗତ ରେମୁଣା ବଜାରରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଜଣେ ଅସ୍ଥାୟୀ କର୍ମଚାରୀ ଦେଢ଼କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ପୋଲିସ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣଙ୍କର ଘର ମନ୍ଦିର ଛକରେ । ତାଙ୍କ ବାପା ସେହି ବ୍ୟାଙ୍କରେ ପିଅନ ଥିଲେ । ଯୁବକ ଜଣଙ୍କ ସେହି ବ୍ୟାଙ୍କରେ କିଛି ବର୍ଷ ହେବ ଅସ୍ଥାୟୀ ଭାବରେ କାମ କରୁଥିଲେ । ଯୁବକଙ୍କ ନାମ ପ୍ରଭାତ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରଭାତ ଜଣେ ମୃତ ବ୍ୟକ୍ତି ନାମରେ ମାସକୁ ୩୦ହଜାର ଟଙ୍କା ପେନସନ ବାବଦରେ ଉଠାଇ ତାହାକୁ ଆତ୍ମସାତ କରୁଥିଲେ । ଏଥିରେ ତାଙ୍କ ସହ ଅନ୍ୟ ୪ଜଣ ବ୍ୟକ୍ତି ସଂପୃକ୍ତ ଥିବା ଜଣାପଡିଛି । ୫ବର୍ଷ ହେବ ସେ ଏଭଳି କରିଆସୁଥିଲେ । ବର୍ତ୍ତମାନର ବ୍ୟାଙ୍କ୍ ମ୍ୟାନେଜର  ଠକେଇ ସଂପର୍କରେ ଜାଣିବା ପରେ ପୋଲିସକୁ ଜଣାଇଥିଲେ । ତେବେ ଅଭିଯୋଗ ପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.