Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ତୃତୀୟ ବିବାହ କରୁଥିବା ବେଳେ ଯୁବକ ହଟ ହଟା- ଅଭିଯୋଗ ପାଇ ଚୁପ୍‌ ବସିଛି ପୁଲିସ

18/11/2019 at 10:35 PM

ଯାଜପୁର ୧୮।୧୧- ତିନ ତଲାକ  ଏବେ ବେଆଇନ ହେବା ପରେ ବି କେତକ ସ୍ଥାନରେ ଏହାର ଖୋଲା ଖୋଲି ଉଲ୍ଲଘଂନ ହେଉଛି ଏବଂ 5T ଲାଗୁ ହେବା ପରେ ମଧ୍ୟ ପୋଲିସ ଅଭିଯୋଗ ପାଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବା  ଅଭିଯୋଗ ହୋଇଛି। ପ୍ରଥମ ସ୍ତ୍ରୀ କୁ ତଲାକ ଦେବା ପରେ ଦ୍ଵିତୀୟ ବିବାହ କରି ଏକ କନ୍ୟା ସନ୍ତାନର ଜନକ ହେବାପରେ ମଧ୍ୟ ପୁଣି ଥରେ ତୃତୀୟ ବିବାହ କରୁଥିବା ବେଳେ ଧରାପଡିଲେ ଯୁବକ। ଘଟଣା ସ୍ଥଳରେ ଦୂତୀୟ ସ୍ତ୍ରୀଙ୍କ ଚଢ଼ାଉ ଭିଜୁଆଲ ଭାଇରଲ ହେବାପରେ ଘଟଣା କୁ ନେଇ ଚର୍ଚ୍ଚା ଜୋର । ଅପରପକ୍ଷରେ ପୋଲିସର ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା। 

ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ଗ୍ରାମର ସେକ ଅଜିମୁଦ୍ଦିନ ଙ୍କ ଝିଅ ସବିନା, ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମର ଲାଲୁ ଖାନଙ୍କ ପୁଅ ଇମ୍ରାନ ଖାନଙ୍କୁ ମୁସଲମାନ ଧର୍ମ ଓ ପ୍ରଥା ଅନୁସାରେ ବିବାହ କରିଥିଲେ। ହେଲେ ବିବାହର କିଛି ମାସ ପରେ ଇମ୍ରାନ ସବିନାଙ୍କୁ ଛାଡି ବାହାର ଦେଶକୁ ଚାଲିଯାଇଥିଲେ।ଏହାପରେ ସବିନା ଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯ୍ୟାତନା।ପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଧିକ ହେବାରୁ ସବିନା ଶାଶୁଘର ଛାଡି ବାପଘରକୁ ପଳାଇଥିଲେ ଏବଂ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ହେଲେ ପୋଲିସ କେବଳ ମାମଲା ରୁଜୁ କରି ବସିଯାଇଥିଲା।

 ଏହାପରେ ଗତ ୧୦ ତାରିଖରେ ସବିନା ଖବର ପାଇ କୋରେଇ ଥାନା ଅନ୍ତର୍ଗତ ମାଲଦା ଗ୍ରାମରେ ପହଂଚି ତାଙ୍କ ସ୍ବାମୀ ପୁଣିଥରେ ତୃତୀୟ ବିବାହ କରୁଥିବା ଦେଖିବାକୁ ପାଇଥିଲେ ଏବଂ ଏହାକୁ ତୀବ୍ର ବିରୋଧ କରିଥିଲେ। ତେବେ ଏହା ପୂର୍ବରୁ ସେ କୋରେଇ ଥାନା ଅଧିକାରୀ ଙ୍କୁ ବିନୀତ ଅନୁରୋଧ କରିଥିଲେ ମଧ୍ୟ ଥାନା ଅଧିକାରୀ କିଛି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି। ସବିନା ଅନ୍ୟ ଉପାୟ ନ ପାଇ ଏସପିଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିବା କହିଛନ୍ତି। ଘଟଣା ସମ୍ପର୍କରେ କୋରେଇ ପୋଲିସ ଫୋନଯୋଗେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେହେତୁ ଏହା ମଙ୍ଗଳପୁର ଥାନା କେଶ ତେଣୁ ସେ କିଛି କରିପାରିବେ ନାହିଁ।ତେବେ ମଙ୍ଗଳପୁର ପୋଲିସ କିମ୍ବା ଏସ୍ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

   Related Posts