Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଗାଁ ଦାଣ୍ଡରେ ପ୍ରବାସୀ ଯୁବକଙ୍କୁ ହତ୍ୟା, ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ମାରିଦେଲେ

24/06/2020 at 7:02 AM

ଭଞ୍ଜନଗର ୨୪।୬: ଗାଁ ଦାଣ୍ଡରେ ପ୍ରବାସୀ ଯୁବକଙ୍କୁ ହତ୍ୟା । ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମଙ୍ଗଳବାର ରାତି ୮ଟା ବେଳେ ଘଟିଛି ହତ୍ୟାକାଣ୍ଡ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଂଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାତୀଘୋଡା ଗାଁ ଦାଣ୍ଡରେ ଜଣେ ପ୍ରବାସୀ ଯୁବକଙ୍କୁ ହତ୍ୟା କରାଯାଇଛି । କିଛି ଯୁବକ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଏହି ହତ୍ୟାକାଣ୍ଡ ମଙ୍ଗଳବାର ରାତି ୮ଟା ବେଳେ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମୃତକ ଜଣଙ୍କ ସେହି ଗ୍ରାମର ଅରୁଣ ଗୌଡ ବୋଲି ଜଣାପଡିଛି ।

ତେବେ ମୃତ ଅରୁଣ ଗତ କିଛି ଦିନ ତଳେ କ୍ଵାରେଣ୍ଟାଇନ ସେଣ୍ଟରରୁ ନିଜ ଗାଁ ଘରକୁ ଫେରିଥିଲେ । ହତ୍ୟା ଘଟଣା ଘଟିବା ପରେ ପୁରା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts