Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ବଳି ପାଇଁ ହତ୍ୟା ! ଯୁବକଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ପୂଜକ, ଥାନାରେ କଲେ ଆତ୍ମସମର୍ପଣ

28/05/2020 at 9:13 AM

ଆଠଗଡ ୨୮।୫: ଯୁବକଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି ପୂଜକ । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବନ୍ଧହୁଡା ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟା କରିବା ପରେ ଅଭିଯୁକ୍ତ ମନ୍ଦିର ପୂଜକ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବନ୍ଧହୁଡା ଗାଁ ମନ୍ଦିରର ପୂଜକ ଥିଲେ ସଂସାରୀ ଓଝା । ସେହି ଗାଁର ଜଣେ ଯୁବକଙ୍କୁ ମନ୍ଦିର ପୂଜକ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି । ମୃତ ଯୁବକ ହେଲେ ସରୋଜ କୁମାର ପ୍ରଧାନ ।

ଏକ ଆମ୍ବ ବଗିଚାକୁ ନେଇ ମୃତ ଯୁବକଙ୍କ ସହିତ ତାଙ୍କର ପୂର୍ବ ଶତ୍ରୁତା ରହିଥିଲା । ତେଣୁ ସେଥିପାଇଁ ତାଙ୍କୁ ମନ୍ଦିର ପୂଜକ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ କରୋନା ଯୋଗୁଁ ବଳି ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ।

ହତ୍ୟା କରିବା ପରେ ପୂଜକ ଜଣଙ୍କ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତ ମନ୍ଦିର ପୂଜକ ହେଉଛନ୍ତି ସଂସାରୀ ଓଝା । ତାଙ୍କ ବୟସ ୭୦ ବର୍ଷ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts