ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା, ମାରଣାସ୍ତ୍ର ଧରି ଗାଁରେ ଘୁରି ବୁଲୁଛି ଅଭିଯୁକ୍ତ !

Published By : Prameya-News7 Bureau | December 30, 2020 IST

ବାଂଶପାଳ ୩୦।୧୨: ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ରୁଗୁଡିସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଦାମୋଦର ମୁଣ୍ଡା । ଘରୁ ବାହାରୁ ଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ହତ୍ୟାକାଣ୍ଡ ପରେ ଟାଙ୍ଗିଆ ଧରି ଗାଁରେ ଘୁରି ବୁଲୁଛି ଅଭିଯୁକ୍ତ ମତେ ମୁଣ୍ଡା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ କାବୁ କରିବାକୁ ପୋଲିସ ଉଦ୍ୟମ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.