ସାମାନ୍ୟ ବଚସାରୁ ସାଙ୍ଗ ନେଲା ସାଙ୍ଗର ଜୀବନ, ଛୁରୀ ଭୁସି କଲା ହତ୍ୟା

Published By : Prameya-News7 Bureau | October 20, 2021 IST

ଖୋର୍ଦ୍ଧା ୨୦।୧୦: ବଚସାରୁ ସାଙ୍ଗ ନେଲା ସାଙ୍ଗର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ବାଇପାସ୍ ଅଞ୍ଚଳରେ । ଖୋର୍ଦ୍ଧା ସ୍ପିନିଙ୍ଗ ମିଲ୍ କଲୋନୀରେ ରହୁଥିବା ରଶ୍ମୀରଞ୍ଜନ ପାଟ୍ଟଯୋଶୀଙ୍କୁ ତାର ସାଙ୍ଗ ମୁନା ଭୋଇ ଛୁରୀ ଭୁସି ହତ୍ୟା କରିଛି । ସେପଟେ ଆଦର୍ଶ ଥାନା ପୋଲିସ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ମୁନା ଭୋଇକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧା ସ୍ପିନିଙ୍ଗ ମିଲ୍ ଲେବର କଲୋନୀରେ ରୁହନ୍ତି ଯୁବକ ରଶ୍ମୀରଞ୍ଜନ ପାଟ୍ଟଯୋଶୀ । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏକ କମ୍ପାନୀରେ ଡ୍ରାଇଭର ରୂପେ ଚାକିରୀ କରି ରଶ୍ମୀରଞ୍ଜନ ପରିବାର ଭରଣପୋଷଣ କରୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସମୟରେ ରଶ୍ମୀରଞ୍ଜନଙ୍କ ସାଙ୍ଗ ଚାଚେରାସବର ସାହିର ମୁନା ଭୋଇ ଭୁବନେଶ୍ବର ଯିବା ନେଇ ଘରୁ ଡାକି ନେଇଥିଲେ। ପରେ ରାତି ୧୦ଟା ୩୦ ମିନିଟରେ କୌଣସି କାରଣରୁ ଦୁଇ ସାଙ୍ଗଙ୍କ ମଧ୍ଯରେ ବଚସା ହୋଇଥିଲା। ପରେ ମୁନା ଉତ୍ଯକ୍ତ ହୋଇ ରଶ୍ମୀରଞ୍ଜନକୁ ଛୁରି ଭୁସିଥିଲା। ଏ ଘଟଣା ଘଟିଥିଲା ଖୋର୍ଦ୍ଧା - ଜଟଣୀ ରାସ୍ତାର ଚାଚେରାସବର ସାହି ନିକଟରେ। ଖବର ପାଇ ରଶ୍ମୀରଞ୍ଜନକୁ ପରିବାର ଲୋକେ ଖୋର୍ଦ୍ଧା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ରୋଜଗାରିଆ ପୁଅର ମୃତ୍ୟୁକୁ ନେଇ ବାପା, ମା ଭାଙ୍ଗି ପଡିଥିବା ବେଳେ ପୁଅର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।

ରଶ୍ମୀରଞ୍ଜନକୁ ହତ୍ୟା କରିବା ପରେ ଅଭିଯୁକ୍ତ ମୁନା ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ମୁନାକୁ ଧରିବା ନେଇ ଆଦର୍ଶ ଥାନା ପୋଲିସ ଦୁଇଟି ଟିମ୍ ଗଠନ କରିଥିଲା । ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଯାଆଁଳା ନିକଟରୁ ପୋଲିସ ମୁନା ଭୋଇକୁ କାବୁ କରିଛି । ଅଭିଯୁକ୍ତ ମୁନାକୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ସେପଟେ ମୃତ ରଶ୍ମୀରଞ୍ଜନଙ୍କ ସମ୍ପର୍କୀୟ ଉପଯୁକ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.