ଆତ୍ମହତ୍ୟା ନା’ ହତ୍ୟା ? ଜାମୁ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ମୁହଁରେ ବୋଳାହୋଇଛି କାଦୁଅ

Published By : Prameya-News7 Bureau | June 18, 2021 IST

ଢେଙ୍କିକୋଟ ୧୮।୬: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମପଞ୍ଚାୟତ ରାଇବଣି ଡଙ୍ଗାଧର ନାଳ କୂଳରେ ଥିବା ଏକ ଜାମୁ ଗଛରେ ଜଣେ ଅଜଣା ଯୁବକ ବେକରେ ଗାମୁଛା ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି ।

ସୂଚନଯୋଗ୍ୟ ଯେ, ଶୁକ୍ରବାର ସକାଳୁ ଗ୍ରାମର କିଛି ଯୁବକ ଶୌଚ ପାଇଁ ନାଳକୁ ଯାଇଥିବା ବେଳେ ଗଛରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖି ଗାଁରେ କହିଥିଲେ । ଏନେଇ ଢେଙ୍କିକୋଟ ଫାଣ୍ଡି ପୋଲିସକୁ ଗ୍ରାମବାସୀ ଜଣାଇଥିଲେ । ଏହି ଖବର ଜଣାପଡିବା ପରେ ଘଟଣାସ୍ଥଳରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ତେବେ ଯୁବକ ଜଣଙ୍କ ମୁହଁରେ କାଦୁଅ ବୋଳା ଯାଇଥିବାରୁ ଏବଂ ଖବର ଲେଖାହେବା ବେଳକୁ ପୋଲିସ ପହଞ୍ଚି ନଥିବାରୁ ଯୁବକଙ୍କ ପରିଚୟ ମିଳିପାରିନାହଁ ।ତେବେ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିଲେ ଯୁବକଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଜଣାପଡୁଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.