Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପାଇଖାନାରୁ ଝୁଲନ୍ତା ମୃତଦେହ ଉଦ୍ଧାର

26/10/2021 at 11:31 AM

ଢେଙ୍କାନାଳ ୨୬।୧୦: ମଦ୍ୟପାନ କରି ଅବାଟକୁ ଯାଇଥିବା ପୁଅକୁ ବାଟକୁ ଆଣିବା ପାଇଁ ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଦିନ ପରେ ନିଶା ମୁକ୍ତି ଥଇଥାନ କେନ୍ଦ୍ରରୁ ମିଳିଲା ପୁଅର ମୃତଦେହ । ଏପରି ସନ୍ଦେହଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗ୍ରାମର ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରେ ।

ଏହି କେନ୍ଦ୍ରର ପାଇଖାନାରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗଁନ୍ଦିଆ ପୋଲିସ ଜବତ କରିଛି । ମୃତ ଯୁବକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ବୋଲୁଅ ଗ୍ରାମର ସଞ୍ଜୟ ରାଉତ । ସଞ୍ଜୟଙ୍କୁ ପରିବାର ଲୋକେ ଗତ ରବିବାର ମଦ୍ୟପାନ ଛଡାଇବା ପାଇଁ ଏହି ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଲୋକେ ପହ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏପରିକି ଗତ ରାତିରେ ସଞ୍ଜୟ ଏହି କେନ୍ଦ୍ରରେ ଭଙ୍ଗାରୁଜା ସହ ଉନ୍ମତକାଣ୍ଡ ଘଟାଇଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।

ମାତ୍ର ମଙ୍ଗଳବାର ମୃତ ଯୁବକଙ୍କ ପାଇଖାନାରେ ଗୋଡ ତଳେ ଘୁଷୁଡିଥିବା ଅବସ୍ଥାରେ ବେକରେ ଗାମୁଛା ଲାଗି ମୃତଦେହ ବନ୍ଧା ହୋଇଥିବା ସନ୍ଦେହ ଘେରକୁ ଆସିଛି । ଯାହା ଫଳରେ ତାଙ୍କ ପୁଅକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଉଠାଇଛନ୍ତି ପରିବାର ଲୋକେ । ଉକ୍ତ କେନ୍ଦ୍ରକୁ ଚେତନା ନାମଙ୍କ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିଚାଳନା କରୁଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts