ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?

Published By : Prameya-News7 Bureau | June 19, 2021 IST

ଧର୍ମଗଡ ୧୯।୬: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମପଞ୍ଚାୟତ ଛତାପଦର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର କୁଟକୁଟିଆ ପୋଖରୀ ନିକଟରେ ଥିବା ଏକ ଛୋଟ ନିମ୍ବ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ହେଉଛନ୍ତି ମଙ୍ଗଳପୁର ଗ୍ରାମର ପ୍ରହଲ୍ଲାଦ ଉମାରିଆ । ସେ ବଡ଼କର୍ଲାକୋଟ ଗ୍ରାମରେ ନିଜ ସଂପକୀୟଙ୍କ ଘରେ ତିନି ମାସ ହେଲା ରହୁଥିଲେ । ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.