ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | May 22, 2021 IST

ଦେବଗଡ ୨୨।୫: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ଗ୍ରାମର କନ୍ଧ ସାହି ନାଳଖଣ୍ଡିରୁ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ ସୁଗୁଡା ହରିଜନ ସାହିର ବନ୍ଧୁ ପାତ୍ରଙ୍କ ପୁଅ ଗିରିଶ ଚନ୍ଦ୍ର ପାତ୍ର ।

ସୂଚନାଯୋଗ୍ୟ ଯେ, ଗିରିଶ ଶୁକ୍ରବାର ରାତିରେ ଖାଇ ପିଇ ଶୋଇଥିବା ବେଳେ ଶନିବାର ସକାଳୁ ନିଖୋଜ ଥିଲେ । ପରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀ ପରିବାରକୁ ଖବର ଦେଇଥିଲେ । ମୃତ ଗିରିଶ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ବାପଘରେ ରହୁଥିବା ଜଣାପଡିଛି । ସେହିଭଳି ସେ କୌଣସି ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଦେବଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଘଟଣା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.