ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | October 29, 2021 IST

ଭଦ୍ରକ ୨୯।୧୦: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ପରିପାର୍ଶ୍ଵିକ ସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ବାଙ୍ଗରପଦି ଗ୍ରାମର ବଳରାମ ଖଟୁଆ ।

ସୂଚନାଯୋଗ୍ୟ ଯେ, ବନ୍ତ ଥାନା ଅନ୍ତର୍ଗତ ବାଙ୍ଗରପଦି ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ପଡ଼ିଆରେ ଏକ ଗଛରେ ଯୁବକଙ୍କ ମୃତ ଶରୀର ଝୁଲୁଥିବାର କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ଜମିଥିଲା । ପରେ ବନ୍ତ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ଶରୀରକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ବାଙ୍ଗରପଦି ଗ୍ରାମର ବଳରାମ ଖଟୁଆଙ୍କ ପୁଅ ଦଶରଥ ଖଟୁଆ ବୋଲି ଜଣାପଡ଼ିଥିବା ବେଳେ ଯୁବକଙ୍କୁ କେହି ମାରି ସେଠାରେ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ପରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.