ଆମ୍ବଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, କେବୁଲ ତାର ସାହାଯ୍ୟରେ ଝୁଲିଥିଲେ ଗଛରେ

Published By : Prameya-News7 Bureau | June 26, 2021 IST

ବଡବିଲ ୨୬।୬: ଆମ୍ବଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଭୁଷୁଗାଁ ଅଞ୍ଚଳ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତ ଯୁବକ ହେଲେ ଭୁଷୁଗାଁ ଅଞ୍ଚଳର ଝୁଲୁ ବାରିକ । ସୂଚନା ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

{"id":471501,"sizeSlug":"large","linkDestination":"none"}

ମୃତ ଯୁବକ ଝୁଲୁକୁ ଘରଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ ଆମ୍ବ ଗଛରେ କେବୁଲ ତାର ସାହାଯ୍ୟରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ଯୁବକଙ୍କ ଏପରି ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ, କୌଣସି କାରଣକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.