Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

11/05/2019 at 9:10 AM

ସୋର ୧୧|୫: ବାଲେଶ୍ବର ଜିଲ୍ଲା ସୋର ଥାନା ବାହାନଗା ବଜାରରେ ଜଣେ ଆଦିବାସୀ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ପୋଲିସ ମୃତଦେହ ଉଦ୍ଧାର କରିଛି। ବାହାନଗା ବଜାରର ଜୈନକ ବ୍ୟକ୍ତିଙ୍କ ସିଡିରେ ଜଣେ ଆଦିବାସୀ ଯୁବକର ମୃତଦଦେହ ବେକରେ ଗାମୁଛା ଲଗାଇ ଝୁଲୁଥିବାର ଦେଖାଯାଇଥିଲା । ସକାଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାରୁ ପୋଲିସ ଯୁବକର ଶବକୁ ଉଦ୍ଧାର କରିଛି । ଏଭଳି ଅବସ୍ଥାରେ ଯୁବକର ଶବ ଝୁଲୁଥିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ଯେ, ଯୁବକକୁ ପ୍ରଥମେ ହତ୍ୟା କରାଯିବା ପରେ ଯୁବକର ମୃତଦେହକୁ ଲୁହା ସିଡିରେ ଝୁଲାଇ ଦେଇଥିବାର ସନ୍ଦେହ କରୁଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।  

   Related Posts