ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Published By : Prameya-News7 Bureau | September 07, 2019 IST

ସାଲେପୁର ୭।୯: ସାଲେପୁରରେ ଯୁବ ମାଛ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ପରିବାରଲୋକ । ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।

{"id":154172}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ବୋଦାମୁଣ୍ଡାଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବ ମାଛ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ କୁନା ସେଠୀଙ୍କ ପୁତ୍ର କାର୍ତ୍ତିକ ସେଠୀ ।

{"id":154174}

ତାଙ୍କ ଘର ବରାଦୋ ଗାଁରେ ହୋଇଥିବା ବେଳେ ସେ କିଛି ବର୍ଷ ହେବ ମାମୁଁ ଘର ରହି ଆସୁଥିଲେ। ମାମୁଁ ଘରେ  ରହି ବୋଦାମୁଣ୍ଡାଇ ବଜାରରେ ମାଛ ବ୍ୟବସାୟ କରୁଥିଲେ। ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ, ତାଙ୍କୁ କେହି ମାରି ଗଛରେ ଝୁଲାଇ ଦେଇଛି ।

{"id":154176}

ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.