ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗତକାଲିଠୁ ଥିଲେ ନିଖୋଜ

Published By : Prameya-News7 Bureau | August 11, 2019 IST

ଦେବଗଡ ୧୧|୮:  ଦେବଗଡ କଲେଜ ପରିସରରେ ଥିବା ଏକ ଶାଳ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ନିକଟସ୍ଥ ରଙ୍ଗିଆଗୁଡା ଅଞ୍ଚଳର ବିନୋଦ ପଲେଇଙ୍କ ପୁଅ ପୁରୁଷୋତ୍ତମ ପଲେଇ ଓରଫ ସିପୁନ ।

{"id":143121}

ସୂଚନାଯୋଗ୍ୟ ଯେ, ମୃତ ସିପୁନ ଗତକାଲି ପୂର୍ବାହ୍ନ ସମୟରେ ଗାଧୋଇବାକୁ ଘରୁ ବାହାରିଥିଲେ । ଗତକାଲି ସେ ଘରକୁ ନଫେରିବାରୁ ପରିବାର ପକ୍ଷରୁ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲା । ହେଲେ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ଆଜି କଲେଜ ପରିସରରେ ଥିବା ଏକ ଶାଳ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟଲୋକେ ଦେଖି ପୋଲିସ ତଥା ପରିବାର ଲୋକଙ୍କୁ ଖବର ଦେଇଥିଲେ ।

{"id":143122}

ଖବରପାଇ ମୃତକ ଯୁବକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ଦେବଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.