କଳାହାଣ୍ଡିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
14/10/2018 at 12:34 PM

କଳାହାଣ୍ଡି ୧୪/୧୦ : କଳାହାଣ୍ଡି ଜିଲ୍ଲା ଗୋଇପିଟା ଗାଁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଦାର ହୋଇଛି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଇପିଟା ଗାଁରୁ ଗଛରେ ଜଣେ ଯୁବକର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତକ ଥୁଆପଦର ଗାଁର କୁଳ ରଣା । କୁଳ ରଣା ନିଜ ସମ୍ପର୍କୀୟଙ୍କ ଘରେ ଥୁଆପଦର ଗାଁରେ ରହୁଥିଲେ । ମୃତକଙ୍କ ପକେଟରୁ ନିଜ ସହ ଅନ୍ୟ ଜଣେ ଝିଅର ଫୋଟ ପୋଲିସ ଉଦ୍ଦାର କରିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଚେଦ ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ମୃତକଙ୍କ ପରିବାର ଏହାକୁ ହତ୍ୟା ପରେ ଆତ୍ମହତ୍ୟାର ରୁପ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021