ବୀଭତ୍ସ ହତ୍ୟାକାଣ୍ଡ : ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ପରେ ପୋଡି ଦେଇଥିବା ସନ୍ଦେହ

Published By : Prameya-News7 Bureau | January 17, 2020 IST

ବ୍ରହ୍ମପୁର ୧୭।୧: ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":212293,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ହତ୍ୟା କରିବା ପରେ ଯୁବକଙ୍କୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ଅନ୍ୟ ସ୍ଥାନରେ ହତ୍ୟା କରି ସୁନାପଲ୍ଲୀ ଗାଁରେ ଆଣି ପୋଡି ଦେଇଥିବା ସନ୍ଦେହ କରାଯାଉଛି । ସୁନାପଲ୍ଲୀ ଗାଁରେ ଥିବା ଲାଲୁ ଘାଇ ନିକଟରେ ପାଳ ପକାଇ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.