ଯୁବକଙ୍କୁ କାତିରେ ହାଣି ହତ୍ୟା : ପୁର୍ବ ଶତୃତାକୁ କେନ୍ଦ୍ରକରି ହତ୍ୟା ସନ୍ଦେହ

Published By : Prameya-News7 Bureau | June 17, 2019 IST

ଗଞ୍ଜାମ ୧୭/୬ : ଗଞ୍ଜାମ ଜିଲ୍ଲା ପୁରୁଷତ୍ତମ ପୁର ଥାନା ଅନ୍ତର୍ଗତ ପ୍ରତାପୁର ଓ ଗୋଠିଆଳି ରାସ୍ତାରେ ଜଣେ ଯୁବକଙ୍କୁ କାତିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଶିବ ଦୋରା । ପୁର୍ବ ସତୃତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅତୀ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୁଚନା ଦେଇଛି ।

{"id":123949}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.