ଗଞ୍ଜାମରେ ସଂଘବଦ୍ଧ ହୋଇ ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ହତ୍ୟା

Published By : Prameya-News7 Bureau | November 12, 2018 IST

ଗଞ୍ଜାମ ୧୨/୧୧: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା କୁରୁଳା ରାସ୍ତା ନିକଟ ବ୍ରିଜ ଠାରେ ସଂଘବଦ୍ଧ ହୋଇ ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ହତ୍ୟା କରାଯାଇଛି । ଗତକାଲି ଏହି ହତ୍ୟା ଘଟଣା ଘଟିଥିବା ଵେଳେ ମୃତ ଲକ୍ଷ୍ମୀ ଦାଶର ଭାଇ ଯୁଧିଷ୍ଠିର ଦାଶ ଶେରଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ଅନୁଯାୟୀ ଶେରଗଡ ଓ ପାଟପୁର , ହିଞିଳୀ ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିବା ଆସିକା ଏସଡିପିଓ ସୁବାଷ ଚନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଚନ୍ଦୁଆ ଗ୍ରାମର ଗୋପିଆ ମାଝୀ, ସୁଶାନ୍ତ ଦଳେଇ, ଓ ମୟୁରକଣା ଗ୍ରାମର ଜଗା ଲେଙ୍କା ଗାଡ଼ିରେ ବସାଇ ନେଇ କୁରୁଳା ବ୍ରିଜ ଠାରେ ଧାରୁଆ କାତିରେ ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟାର କାରଣ ପଇସା ଧାରକୁ କେନ୍ଦ୍ର କରି କରାଯାଇଛି ବୋଲି ଆସିକା ଏସଡିପିଓ ସୁବାଷ ଚନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ । ଏନେଇ ପୋଲିସ ଗୋପିଆ ମାଝୀକୁ ଅଟକ ରଖିଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.