ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

Published By : Prameya-News7 Bureau | June 23, 2018 IST

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପୁରୁଣା ଗୋଛାବାଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି | ପାରିବାରିକ କଳହକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ହତ୍ୟା କାଣ୍ଡ ଘଟିଛି | ବଡ ଭାଇର ଚୁଲି ଧୂଆଁ ସାନ ଭାଇ ଘରକୁ ଆସୁଥିଲା | ଏହାକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ବଡ ଭାଇ ସାନ ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା | ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଥିଲା | ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.