ହାତୀ ଆକ୍ରମଣରେ ଯୁବକ ମୃତ

Published By : Prameya-News7 Bureau | August 13, 2018 IST

କଳାହାଣ୍ଡି ୧୩/୮ : ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ ଦେହେଡା ଜଙ୍ଗଲରେ ମାଇ ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୁତକ ହେଲେ ଦେହେଡା ଗ୍ରାମର ଚନ୍ଦ୍ର ମାଝି । ଅନ୍ୟ ଜଣେ ସାଙ୍ଗ ସହିତ ନିକଟ ଗାଁକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଯୁବକ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଶବ ଜବତ କରିଛି । ତେବେ ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି | ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.