ରାୟଗଡା ଝୁଲାପୋଲରୁ ଖସି ବାଳକ ନିଖୋଜ
28/09/2018 at 2:53 PM

ରାୟଗଡା ୨୮/୯ : ରାୟଗଡା ସହରର ଚେକାଗୁଡା ଠାରୁ ମାରିଗୁଡା ପର୍ଯ୍ୟନ୍ତ ଲମ୍ବିଥିବା ଝୋଲା ପୋଲରେ ଆଜି ପୁଣି ଘଟିଛି ଅଘଟଣ। ଝୋଲା ପୋଲ ବୁଲିବାକୁ ଆସି ନାଗାବଳୀ ନଦୀରେ ବୁଡି ଜଣେ ବାଳକ ନିଖୋଜ ହୋଇଛନ୍ତି। ନିଖୋଜ ବାଳକ ଜଣକ ହଲେ ଠକରବାପା ଆଶ୍ରମର ଛାତ୍ର ଲକ୍ଷ୍ମଣ ନାୟକ(୧୨ବର୍ଷ)। ସେ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ଖବରପାଇ ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ଖୋଜାଖୋଜି କରୁଛନ୍ତି । ହେଲେ ତାଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ୫ ଜଣ ବାଳକ ଆସି ନଦୀରେ ଗାଧୋଇବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସାଥୀ ବାଳକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଝୋଲା ପୋଲ ନିକଟରେ ବାରମ୍ବାର ଏହିଭଳି ଘଟଣା ଘଟିଚାଲିଛି।