ନଦୀରେ ଭାସିଯାଇ ଯୁବକ ନିଖୋଜ
16/09/2018 at 3:30 PM

ବାଲିଗୁଡା ୧୬/୯ : ବାଲିଗୁଡା ବଡ ଗାଁ ଖଡ଼ ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି | ନିଖୋଜ ଯୁବକ ହେଲେ କଟାପାଦି ଗାଁର କାପୂ ଦିଗାଲ | ଜଙ୍ଗଲରୁ କାଠ ଆଣି ନଦୀ ପାର ହେଉଥିବା ବେଳେ ସେ ଭାସିଯାଇଥିବା ଜଣାପଡିଛି | ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା | ଖବର ପାଇ ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି |