Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ବିଦ୍ୟୁତ ଆଘାତରେ ହାତ ଗୋଡ଼ ହରାଇଲେ ଯୁବତୀ : ଭାବୀସ୍ବାମୀ କହିଲେ ମୁଁ ବାହା ହେବି

15/06/2019 at 4:27 PM

ଅହମଦାବାଦ ୧୫/୬: କୁହାଯାଏ ବିବାହ ସାତ ଫେରି ଅର୍ଥାତ୍ ଯୁଗଳଙ୍କୁ ସାତ ଜନ୍ମ ଯାଏଁ ବାନ୍ଧି ଦେଇଥାଏ। ଜୀବନରେ ଯେତେ ଝଡ଼-ଝଞ୍ଜା,ଖରା-ଛାଇ ଆସିଲେ ମଧ୍ୟ ଦୁହେଁ ଦୁହିଁଙ୍କ ସାଥି ଦେଇଥାଆନ୍ତି। ଗୁଜୁରାଟର ଅହମଦାବାଦରେ ମଧ୍ୟ ଅବିକଳ ଏପରି ଜିନିଷ ଘଟିଛି। ଯିଏ ଏହାକୁ ଶୁଣିବ ସେ କହିବ ଏହା ତ କେବଳ ଫିଲ୍ମରେ ହୋଇଥାଏ। ସାଧାରଣ ଜୀବନରେ ଏହା ଅସମ୍ଭବ ଅଟେ। କିନ୍ତୁ ହୀରଲଙ୍କ ଚିରାଗ ଏହା ସାବ୍ୟସ୍ତ କରିଛନ୍ତି ଯେ ପ୍ରେମ ମନୁଷ୍ୟକୁ କେଉଁଠୁ କେଉଁଠାକୁ ପହଞ୍ଚାଇଥାଏ। କରେଣ୍ଟ ଯୋଗୁଁ ହୀରଲ ନିଜର ହାତ,ଗୋଡ଼ ହରାଇଲେ ତଥାପି ତାଙ୍କ ଭାବିସ୍ବାମୀ କହିଲେ ଯେ ମୁଁ ତୁମକୁ ବିବାହ କରିବି।

ଜାମନଗର ଜିଲ୍ଲାର ଡବାଣସ ଗାଁର ୧୮ବର୍ଷ ବୟସର ଯୁବତୀ ହୀରଲ ତନମୁଖଙ୍କ ନିର୍ବନ୍ଧ ମାର୍ଚ୍ଚ ୨୮ତାରିଖରେ ଜାମନଗରର ଚିରାଗ ଭାଡ଼େଶିଆ ଗଜ୍ଜରଙ୍କ ସହ ହୋଇଥିଲା। ଗରମ ଛୁଟିରେ ବିବାହ ସ୍ଥିର ହୋଇଥିଲା। କିନ୍ତୁ,ଭାଗ୍ୟକୁ ଆଉ କିଛି ମଞ୍ଜୁର ଥିଲା। ମଇ ୧୧ତାରିଖ ଦ୍ବିପ୍ରହରେ ହୀରଲ ଲୁଗା ଧୋଇ ଶୁଖାଇବା ପାଇଁ ଝରକା ପାଖକୁ ଯାଇଥିଲେ। ସେ ହାତ ବାହାର କରିଥିଲେ,ସେହି ସମୟରେ ଇଣ୍ଟେସନ ତାର ତାଙ୍କ ହାତ ଉପରେ ପଡ଼ିଯାଇଥିଲା। ଫଳରେ ତାଙ୍କ ହାତ ଜଳି ଯାଇଥିଲା। ଗୋଡ଼ରେ ମଧ୍ୟ କରେଣ୍ଟ ଲାଗିଥିଲା,ଯାହା ଦ୍ବାରା ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ।

ହୀରଲଙ୍କୁ ତୁରନ୍ତ ଜାମନଗରର ଜିଜି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା କିନ୍ତୁ ପରିବାର ଲୋକେ ଭାବିଥିଲେ ଯେ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ ଅନ୍ଧାରରେ ରଖୁଛନ୍ତି। ପଚାରିବାରୁ ସେମାନେ କହୁଥିଲେ ଯେ ରିପୋର୍ଟ ଭଲ ଆସୁଛି,ସେ ଖୁବ ଶୀଘ୍ର ଭଲ ହୋଇଯିବେ। କିନ୍ତୁ ୪ଦିନ ପରେ ଡାକ୍ତରମାନେ ମନା କରି ଦେଇଥିଲେ। ସେମାନେ ହୀରଲଙ୍କୁ ଅହମଦାବାଦର ସିଭିଲ ହସ୍ପିଟାଲ ରେଫର କରିଥିଲେ। ସେଠାରେ ମଧ୍ୟ ଡାକ୍ତର କହିଥିଲେ ଯେ ହୀରଲଙ୍କ ଡାହାଣ ହାତ ଏବଂ ଗୋଡ଼ ଆଣ୍ଠୁ ଯାଏଁ କାଟିବାକୁ ପଡ଼ିବ। ଯଦି ଦୁର୍ଘଟଣାର ୪୮ଘଣ୍ଟା ମଧ୍ୟରେ ଏଠାକୁ ଅଣାଯାଇଥାଆନ୍ତେ ତେବେ​‌ ଏପରି ଅବସ୍ଥା ହୋଇନଥାଆନ୍ତା।

ଏହା ଜାଣିବା ପରେ ହୀରଲଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ଚିରାଗ ସବୁ ସମସ୍ୟାର ସମାଧାନ କରିଦେଇଥିଲେ। ସେ ହୀରଲଙ୍କୁ ବିବାହ କରି ତାଙ୍କୁ ସୁଖରେ ରଖିବେ ବୋଲି ଆଗେଇ ଆସିଥିଲେ। ଚିକିତ୍ସା ସମୟରେ ମଧ୍ୟ ଚିରାଗ ତାଙ୍କ ପାଖେ ହସ୍ପିଟାଲରେ ଥିଲେ। ଚିରାଗ ତାଙ୍କୁ ଗୋଟିଏ ମିନିଟ ପାଇଁ ମଧ୍ୟ ଏକୁଟିଆ ଛାଡ଼ୁନଥିଲେ। ଚିରାଗଙ୍କ ଘରଲୋକେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣରୂପେ ସମର୍ଥନ କରିଥିଲେ। ହୀରଲଙ୍କ ସହ ହୋଇଥିବା ଏହି ଘଟଣା ସୋଶିଆଲ ମିଡିଆରେ ଛାଇଯାଇଛି।

   Related Posts