Treasure hunterଙ୍କୁ ମିଳିଛି ପୁଣି ବଡ ସଫଳତା, ଫ୍ଲୋରିଡା ସମୁଦ୍ରକୂଳରୁ ପାଇଛନ୍ତି ୨୨ ସ୍ପେନୀୟ ସ୍ୱର୍ଣ୍ଣ ମୁଦ୍ରା

Published By : Prameya-News7 Bureau | March 06, 2020 IST

ସାରା ବିଶ୍ୱରେ ଟ୍ରେଜର ହଣ୍ଟର ନାମରେ ପ୍ରଶିଦ୍ଧ ଜୋନା ମାର୍ଟିନେଜ୍‌ଙ୍କୁ ପୁଣି ଏକ ବଡ ସଫଳତା ମିଳିଛି। ଫ୍ଲୋରିଡା ସମୁଦ୍ରକୂଳରେ ପଡି ରହିଥିବା ଭଙ୍ଗାଦଦରା ଜାହାଜରୁ ସ୍ପେନୀୟ ମୁଦ୍ରାର ଭଣ୍ଡାର ଖୋଜି ବାହାର କରିଛନ୍ତି। ଇଣ୍ଡିୟନ ରିଭର କାଉଣ୍ଟିର ଟର୍ଟଲ ଟ୍ରେଲ ବିଚ୍‌ରୁ ଏହି ବିପୁଳ ମୁଦ୍ରା ଖୋଜି କାଢିଛନ୍ତି। ସେ ଏଠାରୁ ୨୨ଟି ସ୍ୱର୍ଣ୍ଣମୁଦ୍ରା ପାଇଥିବା ବେଳେ ଯାହାର ବର୍ତ୍ତମାନ ମୂଲ୍ୟ ଆନୁମାନିକ ୭ହଜାରଡଲାର ହେବ ବୋଲି ଆକଳନ କରାଯାଉଛି।

{"id":233977,"sizeSlug":"large"}

କୁହାଯାଏ ୩୧ ଜୁଲାଇ ୧୭୧୫ରେ ୧୨ଟି ସ୍ପେନୀୟ ଜାହାଜ ବିପୁଳ ଖଜଣା ନେଇ ସ୍ପେନ ଅଭିମୁଖେ ଯାଉଥିବା ବେଳେ ସାମୁଦ୍ରିକ ଝଡରେ ଫସି ଯାଇଥିଲେ। ଦୁର୍ବିପାକରେ ୧୧ଟି ଜାହାଜ ବୁଡିଯାଇଥିବା ବେଳେ ସେମାନେ ନେଇ ଯାଉଥିବା ବିପୁଳ ଭଣ୍ଡାର ଏଠାରେ ବୁଡି ଯାଇଥିଲା। ମାର୍ଟିନେଜ ସମୁଦ୍ର ବିଚ୍‌କୁ ପଢିପାରନ୍ତି ବୋଲି କହିଛନ୍ତି। ଖାସ ଏଥିଲାଗି ସମୁଦ୍ର ବିଚ୍‌ରୁ ସେ ଅନେକ ଅନୁସନ୍ଧାନ କରିଥିବା ବେଳେ ଏଥର ମଧ୍ୟ ସେ ସଫଳ ହୋଇଛନ୍ତି।

{"id":233978,"sizeSlug":"large"}

ଗତ ୨୪ ବର୍ଷ ହେଲା ଟର୍ଟଲ ଟ୍ରେଲ ବିଚ୍‌ରେ ସେ ପୋତାଧନର ସନ୍ଧାନ ଚଳାଇଥିବା ବେଳେ ସେ ଏଥିରୁ ୬.୫ ମିଲିୟନ ଡଲାରର ସମ୍ପତ୍ତି ମିଳିଥିବା କହିଛନ୍ତି। ଏଥର ସେ ପାଇଥିବା ସ୍ପେନୀୟ ମୁଦ୍ରାଗୁଡିକ ସ୍ୱର୍ଣ୍ଣର ହୋଇଥିବା ବେଳେ ଏଥିରୁ ଇତିହାସକୁ ଅନୁସନ୍ଧାନ ଲାଗି ଅନେକ କିଛି ମିଳିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ତାଙ୍କର ଏହି ଅନୁସନ୍ଧାନରୁ ଏଣିକି ଫ୍ଲୋରିଡାର ଏହି ବିଚ୍ ଆଉ ଟର୍ଟଲ ଟ୍ରେଲ ବିଚ୍ ନୁହେଁ ପୋତା ଧନର ଭଣ୍ଡାର ଭାବେ ପରିଚିତ ହେବ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.