ଶ୍ବଶୁର ଘରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ
16/08/2019 at 12:24 PM

ଜି.ଉଦୟଗିରି ୧୬|୮: ଶ୍ବଶୁର ଘରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଗଡାବିସା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଉଦୟନାଥ ସାହୁ ।
ସୂଚନାଯୋଗ୍ୟ ଯେ, ଉଦୟଙ୍କ ଘର ଖଜୁରିପଡା ଗାଁରେ । କିଛିଦିନ ହେଲା ଶ୍ବଶୁର ଘରେ ରହୁଥିଲେ ଉଦୟ । ତେବେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଜି.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021