ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ, ବିବାହ ପାଇଁ ଜିଦ୍ କରିବାରୁ ଗର୍ଭବତୀ ପ୍ରେମିକାଙ୍କୁ ଛାଡି ପ୍ରେମିକ ଫେରାର

Published By : Prameya-News7 Bureau | October 01, 2021 IST

ଯାଜପୁର ରୋଡ୍ ୧।୧୦: ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରେ ପ୍ରେମିକାଙ୍କୁ ଗର୍ଭବତୀ କରାଇ ପ୍ରେମିକ ଛୁ । ଘଟଣାରେ ନ୍ୟାୟ ପାଇଁ ଯାଜପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତା ଯୁବତୀ ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏବେ ଯୁବତୀ ଜଣଙ୍କ ଗର୍ଭବତୀ ଅଛନ୍ତି । ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିବା ପରେ ବିବାହ ପାଇଁ ଯୁବକକୁ କହିଥିଲେ । କିନ୍ତୁ ଯୁବକ ବିବାହ କରିବାକୁ ମନା କରିଦେବା ସହ ଗାଁରୁ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ମଧ୍ୟ ଜାଣିଛନ୍ତି ।

ତେବେ ଯୁବକ ଫେରାର ହୋଇଯିବା ପରେ ଶେଷରେ ନିରୁପାୟ ହୋଇ ପୀଡିତା ଯୁବତୀ ଜଣଙ୍କ କିଛି ଦିନ ତଳେ ବଡଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯାଜପୁର ଏସପି ରାହୁଲ ପି.ଆରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତା ଯୁବତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.