ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

Published By : Prameya-News7 Bureau | November 02, 2018 IST

କେନ୍ଦ୍ରାପଡା ୨|୧୧:   ବାରହା ପାଇଁ ବିଛାଯାଇଥିଲା ଫାଶ, ହେଲେ ସେଥିରେ ପଡି ଯୁବକଙ୍କ ଜୀବନ ଯାଇଛି। କେନ୍ଦ୍ରାପଡା ମହାକାଳପଡା ଜମ୍ବୁ ପଞ୍ଚାୟତ ଅନ୍ତର୍ଗତ ପୂର୍ବପଡାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଯୁବକ ହେଲେ ଜମ୍ବୁ ଅଞ୍ଚଳର ବିଜୁ ମିର୍ଦ୍ଧା । ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା । ଏଥିରେ ଲାଗି ଏକ ବାରାହାର ମଧ୍ୟ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଛନଭାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.