ମାଲବାହୀ ଟ୍ରେନ୍ ଉପରେ ଯୁବକଙ୍କୁ ଲାଗିଲା କରେଣ୍ଟ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 12, 2019 IST

ନୂଆପଡା ୧୨।୧୦: ନୂଆପଡାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ନୂଆପଡା ଥାନା ସିରତୋଲ ଗାଁର ଅର୍ଜୁନ ଜଗତ ।

{"id":169034}

ସୂଚନାଯୋଗ୍ୟ ଯେ, ନୂଆପଡା ରେଳ ଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିବା ବେଳେ ଟାଙ୍କି ଉପରକୁ ଚଢିବା ଫଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇ ଥିଲେ ଯୁବକ । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.