Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

15/09/2019 at 3:46 PM

ଭଞ୍ଜନଗର ୧୫।୯: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୂନପଲ୍ଲି ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସେ ଗ୍ରାମର ଏକ ଖୋଲା ପଡିଆରେ ଛତୁ ଖୋଜୁ ଥିବାବେଳେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଗୁରୁତର ହୋଇଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ହେଉଛନ୍ତି ଶକ୍ତି ପଶାୟତ। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଭଞ୍ଜନଗର ପୋଲିସ।

   Related Posts