ବିଦ୍ୟୁତ ଆଘାତରେ ଯୁବକ ମୃତ
14/08/2018 at 7:48 AM

ରାଇରଙ୍ଗପୁର ୧୪/୮ : ବିଜୁଳି ଆଘାତରେ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଯାଇଛି।ମୃତ ଯୁବକ ହେଲେ ଗୋରୁମହିଷାଣି ଥାନା ଡଙ୍ଗାପାଣି ଗ୍ରାମ କେନ୍ଦୁଢ଼ିପା ସାହିର ଯୋଗ ନାୟକ । ନିଜ ଘରର ଲୁହା କବାଟକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଲୁହା କବାଟରେ କୌଣସି କାରଣରୁ ବିଦ୍ୟତ ସରବରାହ ହେଇଥିବା ଯୁବକ ଜାଣି ପାରିନଥିବା ପରିବାର ଲୋକଙ୍କ ପାଖରୁ ସୂଚନା ମିଳିଛି । ଯୁବକକୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021