ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | August 17, 2018 IST

କୋଣାର୍କ ୧୭/୮ : କୋଣାର୍କ ଗଡ଼ବାଙ୍ଗର ଗ୍ରାମରେ ଅଘଟଣ ଘଟିଛି | ବିଦୁତ ତାର ସଂସ୍ପର୍ଶରେ ଆସି ଜଣକର ମୃତ୍ୟୁ ହୋଇଛି | ମୃତକ ହେଲେ ସେହି ଗାଁର ଋଷିକେଶ ଛୋଟରାୟ | ଋଷିକେଶଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଗ୍ରାମବାସୀ କ୍ଷତି ପୂରଣ ଦାବି କରି କୋଣାର୍କ ପୁରୀ ରାସ୍ତା ଅବରୋଧ କରିଛନ୍ତି l ଘଟଣାସ୍ଥଳରେ ରାମଚଣ୍ଡୀ ପୋଲିସ ପହଂଚି ତଦନ୍ତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି l ସୂଚନା ଅନୁସାରେ ଋଷିକେଶ ନିଜ ଘରୁ ବାହାରିବା ସମୟରେ ପୂର୍ବରୁ ଓହଳି ରହିଥିବା 11kv ବିଦ୍ୟୁତ ତାର ତାଙ୍କ ସଂସ୍ପର୍ଶରେ ଆସି ଯାଇଥିଲା | ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.