ଘୋଡାହାଡ ନଦୀକୁ ରାତିରେ ଗାଧୋଇବାକୁ ଯାଇ ଆଉ ଫେରିଲେନି, ଉଦ୍ଧାର କାର୍ଯ୍ୟ ଜାରି
2/04/2021 at 12:28 PM

ସାନଖେମୁଣ୍ଡି ୨।୪: ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ୍ରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଖୋଜ ଯୁବକଙ୍କ ନାଁ ହେଉଛି ବଦନ ଦାସ । ତାଙ୍କ ବୟସ ୩୨ ବର୍ଷ ।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ ବଦନ । ରାତିରୁ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଜାରି ରହିଛି ।