ଗାଧୋଇବା ବେଳେ କୁଶଭଦ୍ରା ନଦୀରେ ଭାସିଗଲେ ଯୁବକ
10/09/2018 at 1:13 PM

ବାଲିପାଟଣା ୧୦/୯ : କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଛନ୍ତି | ବନମାଲୀପୁର ଦିୱାନ ପାଟଣା ଗ୍ରାମର ଦିପ୍ତୀକାନ୍ତ ସାହୁ ନାମକ ଜଣେ ଯୁବକ ୫ ଜଣ ସାଙ୍ଗଙ୍କ ସହ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ | ଗାଧୋଇବା ବେଳେ ଗୋଡ ଖସିଯିବାରୁ ଦିପ୍ତୀକାନ୍ତ ନଦୀରେ ବୁଡିଯାଇଥିଲେ | ଖବର ପାଇ ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଆସି ଯୁବକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ | ହେଲେ ଯୁବକର କୌଣସି ପତ୍ତା ମିଳିନଥିଲା | ପରେ ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଖୋଜ ଯୁବକଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି |